କେନ୍ଦ୍ରାପଡ଼ା,୧୨/୦୫: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହରିଦାସପୁର-ପାରାଦୀପ ରେଳ ପଥର ରାମିଆଗଞ୍ଜ ଓଭରବ୍ରିଜ ନିକଟରେ ଜଣେ ଯୁବକ ଟ୍ରେନ ଲାଇନ୍ରେ କଟି ପ୍ରାଣ ହରାଇଛନ୍ତି । ମୃତ ଯୁବକ ମାଣତିରିର ପ୍ରଦୀପ୍ତ ମହାରଣା । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ମାର୍ଶାଘାଇ ଥାନା ଅନ୍ତର୍ଗତ ହରିଦାସପୁର-ପାରାଦୀପ ରେଳ ପଥର ରାମିଆଗଞ୍ଜ ଓଭରବ୍ରିଜ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।